ଦରଦୀ ମଣିଷ New Odia Short Story PDF 2022

            🌹” ଦରଦୀ ମଣିଷ “🌹Odia Short Story PDF

ତାରିଖ :୨୮.ମାର୍ଚ୍ଚ.୨୦୨୨,ସୋମବାର !!

Odia Short Story PDF
Odia Short Story PDF

Odia Short Story PDF  ବଲାଂଗିର ଦୁର୍ଗା ମଣ୍ଡପ ପାଖରେ ଭୋର୍ ଚାରିଟାରେ ବସରୁ ଓହ୍ଲେଇ ମାଛି ମାଛିଆ ଅନ୍ଧାରକୁ ଆଡେଇ ଗୌର ବାବୁ ମୁଁ ଅଳସ ଭରା ପାଦ ବଢେଇଲୁ ହୋଟେଲ୍ ସୂର୍ଯ୍ଯ ଆଡକୁ। ଦି’ ଚାରିଥର ଗେଟ ଠକ୍ ଠକ୍ ପରେ ହୋଟେଲ ଗେଟ ଖୋଲିଲା।

ଖାତା ଏଣ୍ଟ୍ରି କରି ରୁମରେ ଟିକେ ବିଶ୍ରାମ ନେଇ ସଜବାଜ ହେଇ ବାହାରିଲୁ ପୂର୍ବ ନିର୍ଦ୍ଧାରିତ ଖସଡା ଅନୁସାରେ ବେଲପଡା ବ୍ଳକର ବାଂଜିପାଲ୍ଲି ଝାଂକରପାଲି ଜନ ସଂପର୍କ ପାଇଁ। ଗାଁ ଲୋକଂକ ଜନ ସମ୍ପର୍କରେ ପ୍ରତି ଗାଁରୁ ଦଶ ଜଣକୁ ପ୍ରଶ୍ନୋତ୍ତରରେ ଭାଗିଦାରି କରେଇ ବିଭିନ୍ନ ସରକାରୀ ଯୋଜନାର ପହଂଚ ଅପହଂଚ ସଂପର୍କରେ ପଚାରି ବୁଝିବା ପାଇଁ।

ବାଂଜିପାଲ୍ଲିରେ ବହୁତ କଷ୍ଟରେ ନଅ ଜଣ ପହଂଚିଲେ। ଦଶମ ଜଣକ ଅପେକ୍ଷାରେ ସମୟ ଗଡିଯାଉଥିବା ଦେଖି ଗୌର ବାବୁ ଗାଁ ଶେଷର ଖୋଲା ଚାଳିଆ ଭିତରେ ପଶି ଦେଖିଲେ ବୟସ ସାୟାହ୍ନରେ ଉପନିତ ଜଣେ ବୃଦ୍ଧା ହେଁସ ପକେଇ କଡ ଲେଉଟେଇ ଛଟପଟଉଛି। ଗୌର ବାବୁ ତାଂକ ଚିରା ଚରିତ ମେଳାପି ଗପୁଡି ଢଂଗରେ କହିଲେ-ମାଉସୀ ତୁ କଣ ଘରେ ଏକଲା ? ପିଲାମାନେ କୁଆଡେ ଯାଇଛନ୍ତି?

କ୍ଷୀଣ କଣ୍ଠରେ ବୁଢୀଠୁ ଉତ୍ତର ଆସିଲା-ହଁ ବୁଆ- ନୁନିଆ ବୁଆ କୋଉ କାଳରୁ ଆରପାରିରେ ହେତୁ ନାଇଁ ହୁଏ। ନୁନିଆ ତା ପିଲା ପିଚିକା ନେଇ ନୂଆଖାଇକି କରିଥିବା ଆନ୍ଧ୍ର ମାଲିକର ଋଣ ସୁଝିବାକୁ ଦଲାଲ ସାଂଗରେ ପ୍ରବାସି ହେଇ ଦେଶଖଟି ପଲେଇଛନ୍ତି। ମୁଁ ପାଖ ବଣରୁ ଡାଂଗ ଡୁଂଗା ସହ କେନ୍ଦୁ ପତ୍ର ଯୁଗାଡ କରି ବଜାରରୁ ଦି ପଇସା ଆଣି ସରକାରୀ ଚାଉଳରେ ଚୁଲିଜାଳି ଚଳୁଛି।

ହେଲେ…ଦି’ଦିନ ହେଲା ଜରରେ ପଡି ଗୋଡ ପଦାକୁ କାଢି ପାରିନି। ଗାଁରେ ସରପଂଚ ଆଉକେତେ ବଡ ବଡିଆ ମଣେ ଅଛନ୍ତି। ହେଲେ କାହାର ନଜର ମୋ ଭୋକିଲା ଅପନ୍ତରା କୁଡିଆ ଆଡକୁ ନାହିଁ। ଗୌରବାବୁ ପୁଣି ପଚାରିଲେ କଣ ଏମରଜେନ୍ସି ଫିଡିଂରେ ଅଂଗନୱାଡି ଦିଦି ଖାଇବା ଦଉନାହାନ୍ତି ? ହଇ ବାବୁ ବେଲାକେ ଦବା କଥା ହେଲେ ସିଏ ଆମଠୁ ଛୁଟ୍ ଜାତିର।ତା’ହାତରନ୍ଧା ଖାଇଲେ ମାହାପୃ ଆଉ ଆମ ପୁରୁବ ପୁରୁଷ ମାନଂକର କୋପ ବଢିବନି?

ତେଣୁ ତା’ଠୁ ଚାଉଲ ନେଇ ନିଜେ ଫୁଟେଇ ଖାଉସି। ହେଲେ ଦି’ଦିନ ହେଲା ଜର ପାଇଁ ଡାଂଗ ଡୁଂଗା ପାଇଁ ବଣକୁ ନାଇ ଯାଇ। ତୁନ୍ ଶାଗ ବି ନାଇଁ।ଗୌରବାବୁଂକ ସରଳ ଅମାୟିକ ବଦାନ୍ଯତା ସଂପର୍କରେ ଉଣା ଅଧିକେ ସଭିଂକୁ ଜଣା। ସଂଗେ ସଂଗେ ପକେଟରୁ କୋଡିଏ ଟଂକା ନାଲିଆ ନୋଟଟେ ବୁଢୀକୁ ବଢେଇ କହିଲେ ତୁ ମାଉସୀ ରୋଷେଇ କରି ଆସେ ଗୋଟେ ଦସ୍ତଖତ ଦବୁ। ବୁଢୀ ଟଂକା ଧରି କହିଲା ମୁଇଁ ଆଗ ବୁଆର କାମ ସାରି ରନ୍ଧା କରିବି।ଗାଁ ମୁଖିଆ ସହ ଆୟୁଷ ଡାକ୍ତର ଏବଂ ଅନ୍ଯମାନେ ଉପସ୍ଥିତ ଥିଲେ। ଆୟୁଷ ଡାକ୍ତର ମାସକୁ ଦି’ଥର ଗାଁକୁ ଆସି ଲୋକଂକ ଚିକିତ୍ସା କରିବା ବିଧି ଥିଲା।

ଗୌରବାବୁ ବୁଢୀକୁ ପଚାରିଲେ ତମ ନା’ କଣ ମାଉସୀ। ବୁଢୀ ଲାଜେଇ କହିଲା ଯବା। ପୁଣି ପଚାରିଲେ ତୁମ ବରର ନା କଣ? ବୁଢୀ ପୁଣି ଲାଜେଇ କହିଲା ଗାତପଶା। ଉପସ୍ଥିତ ସବୁ ଲୋକ ହସି ଉଠିଲେ। ବୁଢୀର ମୁଖ ମଣ୍ଡଳ ଝାଉଁଳି ଆସୁଥିବା ଦେଖି ଗାଁ ମୁଖିଆ କହିଲେ ବୁଢା ନା ତୁଣ୍ଡରେ ଧରିବନିତ ବୁଲେଇ ବାଂକି କହୁଛି। ତା’ ସ୍ୱାମୀ ନା ମୂଷା। ଗୌରବାବୁ ପୁଣି ପ୍ରଶ୍ନ କଲେ ଏଇଠି ଗାଁରେ ସରକାରୀ ଯୋଜନା କାମ କରିବାକୁ ଲୋକ ଅଭାବ ଆଉ ତମ ପିଲା ମାନେ ଦାଦନ ଖଟିବା ପାଇଁ ବାହାରକୁ କାହିଁକି ଯାଉଛନ୍ତି। ବୁଢୀ କହିଲା ଏଇଟା କୋଉ ନୂଆ କଥା ଯେ! ଗତ ସନ ଭଳି ଏସନ ଆମର କପା ଫସଲ ନଷ୍ଟ ହେଇଗଲା। ଯାହା ଟିକେ ବାହାରିଲା ବେଳକୁ ସରକାରୀ ମଣ୍ଡିରେ ତାଲା। Odia Short Story PDF

ତେଣୁ କମ ଦରରେ ଆନ୍ଧ୍ର ଦଲାଲକୁ ଦେଇ ସାହୁକାରର ସାର ବିହନକୁ ନିଅଣ୍ଟ ସାଂଗକୁ ସାତ ସାତଟା ପେଟ ଅପୁରା ରହିଲା। ନୂଆଖାଇ ଆମର ଗଣପର୍ବ। ଅଭାବି ନୁନିଆକେ ଗାଁରେ କେହି ସାହାଯ୍ଯ କଲେନି। ନୁନିଆ ପିଲାଂକ ଝାଉଁଳା ମୁହଁ ଦେଖି ନିଜକୁ ନିଜେ ଧିକ୍କାରି ହେଲା। ହେଲେ ସେତିକି ବେଳେ ମାହାପୃ କୃପାରୁ ଆନ୍ଧ୍ରା ବାବୁ ଘରକୁ ଘର ଆସି ବିନା ଲେଖା ପଢାରେ ପରବ ପାଇଁ ଟଂକା ଉଧାର ଦେଲା। ମାହାପୃ କୃପାରୁ ପରବ ଭଲ ହେଲା। ହେଲେ ସାହାଯ୍ଯ କରିଥିବା ଲୋକର ଋଣ ନ ସୁଝିଲେ ପାପ ହବନି କି ବୁଆ? ସେଥିପାଇଁ ସବୁ ବର୍ଷ ଭଳି ଏବର୍ଷ ମଧ୍ଯ ପିଲାମଣେ ଦେଶକୁ ଯାଇଛନ୍ତି। ବର୍ଷା ଦିନ ଆସିଲେ ପଲିଆସିବେ। Odia Short Story PDF

ହଠାତ୍ କୋହରେ ବୁଢୀର ବାକ୍ ରୁଦ୍ଧ ହେଇ ଆସିଲା। ଦୀର୍ଘ ଶ୍ୱାସଟିଏ ମାରି କହିଲା ସେସନ ସାଂଗରେ ମୁଇ ଯାଇଥିଲି ବୁଆ। ସେ ଇଟାଭାଟି ମଦୁଆ ମାଲିକଟା ବଡ ନାତିନକୁ ମୋ ଆଖି ଆଗରେ ଟେକି ନେଇଗଲା। ତାପରେ ସିଏ ବଂଚିଲା କି ମରିଲା ଖବର ଅନ୍ତର ନାଇଁ। ଲୋକ ଲାଜକୁ ଡରି ନୁନିଆ ଚୁପ ରହିଗଲା। ବୁଢୀ ଲୁହ ପୋଛି ନିଜକୁ ଆୟତ କରି କାଗଜରେ ଟିପ ଗଡେଇ ଏକମୁହାଁ ଦୋକାନକୁ ଧାଇଁଲା।

ସଭା ସାରି ଆମେ ଝାଂକରପଲି ବାହାରିଛୁ ବୁଢୀ ଆସି ଗୌରବାବୁଂକୁ କୋଳେଇ ନେହୁରା ହେଲା ତା’ଘରେ ଟିକେ ଅଇଁଠା ହେଇ ଯିବା ପାଇଁ। ଗୌରବାବୁଂକ ସମ୍ମତିରେ ଆମେ ବୁଢୀ ଚାଳିଆକୁ ଗଲୁ। ସିଆଳି ପତ୍ରକୁ ଡାଂଗରେ ଯୋଡି ଆମ ପାଇଁ ମୁଠାଏ ଲେଖା ଭାତ ଆଳୁ ଭଜା ଭୋଗ ଭଳି ରଖି କହିଲା ତୁ ବୁଆ ଆଗ ଖାଇଲେ ମୁଁ ଖାଇବି। Odia Short Story PDF

ବୁଢୀର ଶ୍ରଦ୍ଧା ଏବଂ ଭକ୍ତି ଦେଖି ଗୌର ବାବୁଂକ ଆଖିରୁ ଗରମ ଲୁହ ଜକେଇ ଆସୁଥିଲା। ଅନ୍ଯ ଲୋକମାନେ ବୁଢୀର ମଇଳା ଲୁଗା ଦେଖି ନାକ ଟେକୁଥିଲେ। ଗୌରବାବୁ କହିଲେ ଦେଖନ୍ତୁ ଶବରୀର ଜ୍ୱଳନ୍ତ ଭକ୍ତି। ଦି ଦିନର ଉପାସ ପେଟ ତଥାପି ଆଗ ଖାଇବା ପାଇଁ ତତ୍ପର ନାହିଁ। ପତ୍ରରୁ ମୁଠାଏ ନିଜେ ଖାଇ ଆଉ ମୁଠାଏ ବୁଢୀ ପାଟିରେ ପୁରେଇ ଦେଲେ। ବୁଢୀ ନାଇଁ ନାଇଁ କରି ପାଟି ଆଁ କରୁ କରୁ ଗରମ ଲୁହ ଗାଲ ଡେଇଁ ତଳ ମୁହାଁ ହେଇଗଲା

ଝାଂକରପଲ୍ଲିରୁ ଆସି ବେଲପଡାରେ ପହଂଚିଲୁ। ସେଇଠି ସିଡିପିଓ ଯାଗା ଖାଲି। କିନ୍ତୁ ଅଫିସିଆଲି ଚାର୍ଜ ଥିଲେ ଲୋକାଲ ବିଡିଓ। ଜଣେ ସୁପରଭାଇଜର ଅଫିସ ଖାତା ପତ୍ର ଚାର୍ଜରେ ଥିଲେ। ତାଂକର ବାମ ହାତ କହୁଣିଠୁ ତଳକୁ ନଥିଲା। କିନ୍ତୁ କାମ ଏବଂ ସହଯୋଗରେ ପାରିବାର ମହିଳା ଥିଲେ। ସେଇଠି ରାତି ରହିବାକୁ ପଡିଲା। ରାତି ଖାଇବା ଚିନ୍ତା ଥିଲା। କାରଣ ବ୍ଳକ ପାଖରେ କିଛି ହୋଟେଲ ନଥିଲା। କିନ୍ତୁ ସେଇ ଦକ୍ଷ ମହିଳା ତାଂକ ନିଜ ବସାରେ ରୋଷେଇ ବ୍ଯବସ୍ଥା କଲେ। ତାଂକ ଘରକୁ ରାତ୍ରି ଭୋଜନ ପାଇଁ ଯାଇ ଦେଖିଲୁ ସ୍ୱାମୀ ମଦ ପିଇ ଖଟରେ ଅଚେତ୍।

ଦେଢବର୍ଷର ଛୋଟିଆ ଝିଅକୁ ସମ୍ଭାଳି ଆମ ପାଇଁ ରୋଷେଇ କରିଛନ୍ତି। ଗୌରବାବୁ ଭାରି ବିଚଳିତ ହେଇ କହିଲେ ଆମେ କାହିଁକି ମାଡାମଂକୁ କଷ୍ଟ ଦେଲୁ। ଖାଇସାରି ବାହାରି ଆସିଲା ବେଳେ ସେଇ କୁନି ଝିଅ ହାତରେ ଶହେ ଟଂକା ଧରେଇ ଦେଲେ। ସୁପରଭାଇଜର ମାଡାମ ନା..ନା.. କରି ଫେରଉଥିଲେ। ଗୌରବାବୁ କହିଲେ ମୋ ଭଉଣି ରାନ୍ଧଣା ଖାଇ ଭଲ ଲାଗିଲା ତେଣୁ ଭାଣିଂଜିକି ଉପହାର ଦେଇଛି। ତମେ କିଏ ଫେରେଇବାକୁ। ଅଗତ୍ଯା ସିଏ ଚୁପ ରହି ଗୌରବାବୁଂକୁ କହିଲେ ଆପଣ ପ୍ରକୃତରେ ମଣିଷର ଦରଦ ଚିହ୍ନା ଦରଦି ବ୍ଯକ୍ତି ସାର୍। Odia Short Story PDF

*=============================*

*☘️🌸🌼🙏 ସମାପ୍ତ 🙏🌼🌸☘️*

*=============================*

1 thought on “ଦରଦୀ ମଣିଷ New Odia Short Story PDF 2022”

Leave a Comment